ନୟାଗଡ଼ ଜିଲ୍ଲାରେ ସୁରୁଖୁରୁରେ ଶେଷ ହେଲା ମାଟ୍ରିକ ପରୀକ୍ଷା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ନୟାଗଡ଼ ଜିଲ୍ଲାରେ ଆଜି ସୁରୁଖୁରୁରେ ଶେଷ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ୭୫ଟି କେନ୍ଦ୍ରରେ ୧୧୪୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ସବୁ କେନ୍ଦ୍ର ଗୁଡ଼ିକରେ ୭୫ ଜଣ ନିରୀକ୍ଷକ ନିଯୁକ୍ତି ହୋଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୨ଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଏବଂ ବୋର୍ଡ଼ ଦ୍ୱାରା ୪ଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଜିଲ୍ଲାରେ ଚାଲିଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକ ତଦାରଖ କରିଥିଲେ। ଜିଲ୍ଲାର ୬ ଗୋଟି ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ଗୁଡ଼ିକୁ କଡ଼ା ସିକୁରିଟି ମଧ୍ୟରେ ରଖାଯାଇଥିଲା।ଚଳିତ ମାଟ୍ରିକ ପରୀକ୍ଷାରେ କେହି ଜଣେ ହେଲେ ପରୀକ୍ଷାର୍ଥି ମାଲପ୍ରାକ୍ଟିସ ହୋଇ ନଥିବା ବେଳେ ଜିଲ୍ଲା  ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମାପ୍ତ ହୋଉଛି। ପରୀକ୍ଷା କାର୍ଯ୍ୟରେ ନିୟୋଜିତ ସମସ୍ତ ଶିକ୍ଷକ, ନିରୀକ୍ଷକ, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣ୍ଡେ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢନ୍ତୁ