ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସେଚ୍ଛାସେବୀ ଅମିତା ପ୍ରଧାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସାହିର ସ୍ଵଚ୍ଛାସେବୀ ଅମିତା ପ୍ରଧାନ ସମ୍ବାଦ ଏବଂ ସମ୍ବାଦ ଡିଜିଟାଲ ତରଫରୁ ମହିଳାଙ୍କୁ ନେଇ ‘ସି ହିରୋଜ୍’ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ହିସାବରେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ୩୦ଗୋଟି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ
ନେଇ ଏକ ସର୍ଭେକ୍ଷଣ ହୋଇଥିଲା । ସେଥ‌ିରେ ଆମ ଗୟାଗଡ଼ ଜିଲ୍ଲାରୁ ଅମିତା ପ୍ରଧାନ ମନୋନୀତ
ହୋଇଥିଲେ । ପ୍ରକାଶଥାଉ କି, ଶ୍ରୀମତୀ  ପ୍ରଧାନ ଇଟାମାଟି ଗ୍ରାମ ପଞ୍ଚାୟତର ଶତାଧିକ ମହିଳାମାନଙ୍କୁ ଏକତ୍ରିତ କରି ଆଞ୍ଚଳିକ ମହିଳା ସଂଗଠନ ମାଧ୍ୟମରେ ମାସର ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ରାସ୍ତାଘାଟ ପରିଷ୍କାର ସହିତ ବୃକ୍ଷରୋପଣ, ପଲିଥିନ ବର୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା । ‘ସି ହିରୋଜ୍’ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ଅଧିକ ପଢନ୍ତୁ

kc ads