
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ନୟାଗଡ଼ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଓଡିଶା ଦାୟିତ୍ୱ ରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାର ୧୧ବର୍ଷ ଶାସନ କାଳ ମଧ୍ୟରେ ନଗରୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ଯଥା କୌଣସି ରାଜନେତା ଦେଶର ହିତ ପାଈ ଯଦି କୁହନ୍ତି ଈ.ଡ ଓ ସିବିଆଇ ଡର ଦେଖାଇ ତାଙ୍କ ମୁହଁ ବନ୍ଦ କରନ୍ତି ପତ୍ରକାର ଯଦି କିଛି ସତ୍ୟ କଥା ପ୍ରକାଶ କରନ୍ତି ତାଙ୍କ ଚ୍ୟାନେଲକୁ ବ୍ୟାନ କରାଯାଏ ଓ ତାଙ୍କୁ ଜେଲ କୁ ପାଠା ଯାଏ । ଛାତ୍ର ସମାଜ ଯଦି ସରକାରଙ୍କୁ ପ୍ରଶ୍ନ କରନ୍ତି ତାଙ୍କୁ ଦେଶ ଦ୍ରୋହି କହି ଜେଲ କୁ ପଠାନ୍ତି, ଚାଷୀ ତାର ହାକ୍ ପାଏନି, ଆଦିବାସୀ ହରିଜନ ଓ ପଛୁଆ ବର୍ଗର ଲୋକ ତାଙ୍କ ସାମାଜିକ ନ୍ୟାୟ ପାଆନ୍ତି ନାହିଁ।
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ୟାଶୀର ନୱାଜ ଯୋଗ ଦେଇ ରାଜ୍ୟ ସରକାରଙ୍କର ୧ବର୍ଷ ପୂର୍ତ୍ତି ରାଜ୍ୟ ବାସୀଙ୍କ ପାଇଁ ପ୍ରତାରଣାର ବର୍ଷ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳତାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆଠାରେ ସମ୍ବିଧାନ ବଂଚାଅ ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲୀକାର୍ଜୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉପସ୍ଥିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ସହଯୋଗ କାମନା କରିଥିଲେ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ ଲାଲ୍ଲୁ ଆନ୍ଦୋଳନରତ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ୭ ଦଫା ଦାବିକୁ ସମର୍ଥନ ଜଣାଇ ଆଗାମୀ ବିଧାନସଭା ବୈଠକ ରେ ଦାବି ଉପସ୍ଥାପନ କରିବା ପାଇଁ ଆନ୍ଦୋଳନରତ ଡ୍ରାଇଭର ଭାଇମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ବୈଠକରେ ପୂର୍ବତନ ସାଂସଦ ନକୁଳ ନାୟକ,ପୂର୍ବତନ ସଭାପତି ରଞ୍ଜିତ ଦାସ, ପିସିସି ସଭ୍ୟ ହୁସେନ ଖାନ୍, ବରିଷ୍ଟ କଂଗ୍ରେସ ନେତା ମନୋଜ ସାହୁ,ପୂର୍ବତନ ଜିଲ୍ଲା ସଭାପତି ସରୋଜ ପରିଡ଼ା,ରଣପୁର ବିଧାୟକ ପାର୍ଥି ବିଭୁ ପ୍ରସାଦ ମିଶ୍ର, ଖଣ୍ଡପଡ଼ା ପାର୍ଥୀ ବୈଯ୍ୟନ୍ତି ମାଳା ମହାନ୍ତି, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପ୍ରତୀକ ମହାପାତ୍ର, ବସନ୍ତ ମହାରଣା, ବିନୋଦିନୀ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ନାୟକ, ଫକୀର ମଲ୍ଲ, ଧୂର୍ବ ଚନ୍ଦ୍ର ପରିଡା, ସୁକାନ୍ତ ଶତପଥୀ, ଆଦିତ୍ୟ ପରିଡ଼ା, ଉମେଶ ପଟ୍ଟନାୟକ, ଅଶୋକ ନାୟକ, ବୁଲୁ ପରିଡ଼ା, ପୀତବାସ ଖୁଣ୍ଟିଆ, ବିର ଅବୁବକର ଶିଦିକି, ପ୍ରକାଶ ଚନ୍ଦ୍ର ନାୟକ, ଅମଜାଦ ଖାନ୍, ଦିଲ୍ଲୀପ ଖୁଣ୍ଟିଆ, ଆଲୋକ ଚନ୍ଦ୍ର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନିଲୁ ଷଡ଼ଙ୍ଗୀ, ସଞ୍ଜୟ ମହାନ୍ତି,ବାବୁଲି ଧଳ, ଜୀବନ ଜ୍ୟୋତି ରାଉତ, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ଵତ ପ୍ରଧାନ, ଅନୁରାଗ ସ୍ୱାଇଁ, ଦିଲ୍ଲୀପ ବିଶୋଇ, ଭାରତ ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ସର୍ବଶେଷରେ ଛାତ୍ର କଂଗ୍ରେସ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।