ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟବ୍ୟାଙ୍କର ୬୫ତମ ବାର୍ଷିକ ସାଧାରଣ ସଭା

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲି ପକ୍ଷରୁ ଆଜି ୬୫ ତମ ବାର୍ଷିକ ସାଧାରଣ ସଭା ନୟାଗଡ଼ଡିଆରଡିଏର ସୃଜନ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ନାଥ ସାହୁଙ୍କ
ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ପ୍ରଶନ୍ନ କୁମାର ପାଲ ବାର୍ଷିକ ବିବରଣୀ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବେ ନୟାଗଡ଼ ସମବାୟ ସମିତି ସମୁହ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ, କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ମୌସୁମୀ ସାହୁ, ବ୍ୟାଙ୍କ ଡାଇରେକ୍ଟର ନିତ୍ୟାନନ୍ଦ ପ୍ରଧାନ, ବାଷ ରାଉତ, ସନ୍ୟାସୀ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ସୂର୍ଯ୍ୟନାରାୟଣ ସାହୁ, ଉପେନ୍ଦ୍ର କୁମାର ସାହୁ, ସଞ୍ଜୟ କୁମାର ଖୁଣ୍ଟିଆ, ପ୍ରଦୀପ କୁମାର ବେହେରା, ମାଧବ ଚନ୍ଦ୍ର ସାହୁ, ମହେଶ୍ଵର ବେହେରା,ସୂର୍ଯ୍ୟମଣୀ ସ୍ବାଇଁ, ମନୋଜ କୁମାର ନାୟକ ଓ ସୁରପ୍ରିୟା ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ସମବାୟକୁ ସୁଦୃଢ଼ କରିବା ପାଇଁ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ସମବାୟ ଦ୍ବାରା ଚାଷୀ ମାନେ କିପରି ଅଧିକ ସୁଦୃଢ଼ ହୋଇପାରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ସମସ୍ତ ସମବାୟ ସମିତି ସଭାପତି ମାନେ ଯୋଗ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital