ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେଇଥିଲା। ଏହାପରେ ତାଙ୍କୁ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲା । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ ।
