ନୟାଗଡ଼: ପ୍ରଚାର ମଇଦାନରେ ଅରୁଣ

ନୟାଗଡ଼, (ଓଡ଼ିଶା ଦର୍ପଣ): ଓଡ଼ିଶାର ପ୍ରମୁଖ
ନୟାଗଡ଼ ନିର୍ବାଚନମଣ୍ଡଳୀରେ ରେକର୍ଡ ବିଜୟ ଲକ୍ଷ୍ୟ ନେଇ ବିଜେଡି ରଣକୌଶଳ ଆରମ୍ଭ କରିଛି। ବିଧାୟକ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ଚଳିତ ଥର ପୁଣି ନିର୍ବାଚନ ଜିତି ବିରୋଧୀଙ୍କୁ ଚିତପଟାଙ୍ଗ କରିବାକୁ ସମସ୍ତ ଚେଷ୍ଟା ଚଳାଇଛନ୍ତି।ଏହି କ୍ରମରେ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥ‌ିବା ଜଣାପଡ଼ିଛି। ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତ ବନ୍ଧସାହି ଗ୍ରାମରୁ ପ୍ରତ୍ୟେକ ଥର ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ଚଳିତ ଥର ମଧ୍ୟ ସେହି ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବା  ପରେ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ଧବଳେଇ,କନ୍ଧନୂଆପଲ୍ଲୀ ଓ ନେପାଳ ଗ୍ରାମ ପରିକ୍ରମା କରିବା ସହ ଯୁବକ,ଗୁରୁଜନ ଓ ମହିଳାମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ବିଶେଷ କରି ନିର୍ବାଚନ ମଣ୍ଡଳୀର ସମ୍ପୁର୍ଣ୍ଣ ବିକାଶ କରିବା ହେଉଛି ମୋର ଦାୟିତ୍ୱ ବୋଲି ସେ କହିଛନ୍ତି।ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ ଏହା ଏକ ସାମାଜିକ ଆନ୍ଦୋଳନ ବୋଲି ପ୍ରକାଶ କରିବା ସହ ଏହି ଦଳକୁ ପୁନର୍ବାର ବହୁସଂଖ୍ୟାରେ ଭୋଟ ଦେଇ ପୁରୀ
ଲୋକସଭା ଓ ନୟାଗଡ଼ ବିଧାୟକ ଆସନରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷେ ଗୌଡ଼ପୁଟ ଓ ବାଣ୍ଠପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ
ଅଭୁତପୂର୍ବ ଜନସମର୍ଥନ ମିଳୁଛି।ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ଜନସାଧାରଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଓ ଡବଲ ଶଙ୍ଖରେ ଭୋଟ ଦେଇ ଜନସାଧାରଣ ଏହା ପ୍ରମାଣିତ କରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସହ-ପଥ୍ୟବେକ୍ଷକ ତଥା ବିଜେଡି ନେତ୍ରୀ ଇରାନୀ ରାୟ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ବ୍ଲକ ବିଜେଡି ସଭାପତି ସୁଲ୍ୟନାରାୟଣ ଚୌଧୁରୀ,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ ଓ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ, ବିଜେଡି କର୍ମୀ ଓ ସମର୍ଥକ ସାମିଲ ଥିଲେ।ପରେ ସୁନାମୁହିଁ ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ପଞ୍ଚୁଦଣ୍ଡ ପର୍ବ ଓ ଶରଧାପୁର ପଞ୍ଚୁଦଣ୍ଡ ସାମାଜିକ ପର୍ବରେ ସାମିଲ ହୋଇଥବା ଜଣାପଡିଛି।

ଅଧିକ ପଢନ୍ତୁ

Odisha Darpan Digital