ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ନୟାଗଡ଼ ରେ ପୁରୀ ସାଂସଦ ସମ୍ବିତ୍ ପାତ୍ର ଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତ ରେ ନୟାଗଡ଼ ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ଯରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲି ରେ ବାହାରି ଗୋବର ପାଣି ସିଞ୍ଚିସିଞ୍ଚି, ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା, ଆଦି ବିଭିନ୍ନ ସ୍ଳୋଗାନ , ନାରାବାଜି, ବିରୋଧ କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ସାଂସଦଙ୍କ କୁଶ ପତ୍ତଳିକା କୁ ତଳେ ପକାଇ ଦାହ କରଯାଇଥିଲା।ଏବଂ ନାରାବାଜି କରିଥିଲେ। ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ ଭୁଲିଯିବା, ପାର୍ଲାମେଂଟ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅପମାନ ସହ, ଓଡ଼ଗାଁ ମାଙ୍କଡ଼ ଖଣିରେ ମଧ୍ଯ ସାଂସଦଙ୍କ ସାମିଲ ଅଛି ବୋଲି ଦଳ ଅଭିଯୋଗ କରିଥିଲା। ଆଗାମୀ ଦିନରେ ସାଂସଦ ଚିନିକଳ ପାଇଁ ନୟାଗଡ଼ ବାସୀଙ୍କୁ ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନ ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ନ ମାଗିବା ଯାଏ ଆଗାମୀ ଦିନରେ ସାଂସଦ ସମ୍ବିତ୍ ପାତ୍ର ଙ୍କୁ ନୟାଗଡ଼ ରେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଜିର ଏ ବିକ୍ଷୋଭ ରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ, ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ବିଭୂ ପ୍ରସାଦ ମିଶ୍ର, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ୍ ରଞ୍ଜନ ସାହୁ, ଯୁବ କଂଗ୍ରେସ ନେତା ଦିଲ୍ଲୀପ୍ କୁମାର ବିଶୋଇ, ଲିଙ୍କନ ମହାପାତ୍ର, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ୱତ ପ୍ରଧାନ, ଜୀବନ ଜ୍ୟୋତି ରାଉତ, ଅରବିନ୍ଦ ପାଢ଼ୀ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।
