ନୟାଗଡ଼ ମାଓ ଆକ୍ରମଣକୁ ପୁରିଲା ୧୭ ବର୍ଷ

ନୟାଗଡ଼ ମାଓ ହମଲାକୁ ପୂରିଲା ୧୭ ବର୍ଷ । ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଛି I ୨୦୦୮ ମସିହା ଫେବୁୟାରୀ ମାସ ୧୫ ତାରିଖ ରାତିପ୍ରାୟ ୧୦ ଟା ସମୟରେ ନୟାଗଡ ସହର ଜନଶୂନ୍ୟ ହେଇଥିଲା I ୧୭ ବର୍ଷ ତଳେ ଆଜିର ଦିନରେ ନୟାଗଡ଼ରେ ତାଣ୍ଡବ ରଚିଥିଲେ ସଶସ୍ତ୍ର ମାଓବାଦୀ । ନୟାଗଡ଼ ଜିଲ୍ଲା ମୁଖ୍ୟାଳୟର ଅସ୍ତ୍ରାଗାର ସମେତ ନୂଆଗାଁ, ଦଶପଲ୍ଲା ଓ ମହିପୁର ଫାଣ୍ତିକୁ ଘେରାବନ୍ଦୀ କରି ତାଣ୍ଡବଲୀଳା ରଚିଥିଲେ ସଶସ୍ତ୍ର ମାଓବାଦୀ। ନୟାଗଡ଼, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା ଗସ୍‌ମାହ ଜଙ୍ଗଲରେ ନକ୍ସଲମାନେ ଛାଡ଼ି ଯାଇଥିବା ଅପହୃତ ଗାଡ଼ିର ଭଗ୍ନାବଶେଷ ଓ ଗଛରେ ଫୁଟି ରହିଥିବା ଗୁଳିର ଚିହ୍ନ ଆଜି ବି ସେହି କାଳରାତ୍ରିର କଳା କାହାଣୀକୁ ମନେ ପକାଇ ଦେଉଛି। ତେବେ ମାଓବାଦୀଙ୍କୁ ପ୍ରତିହତ କରିବାକୁ ଯାଇ ଦଶପଲ୍ଲା ଥାନା ନାହାକପଡ଼ା ଗ୍ରାମର ସୁରେନ୍ଦ୍ର ବେହେରା ପ୍ରାଣ ହରାଇ ଅନେକ ପୁଲିସ କର୍ମଚାରୀଙ୍କ ଜୀବନକୁ ବଞ୍ଚାଇ ଦେଇଥିଲେ।

ତେବେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ସେ ରାତିର ଘଟଣା ମନେପଡିଲେ ,ଏବେବି ଜିଲ୍ଲାବାସୀଙ୍କ ଲୋମ ଟାଙ୍କୁରି ଉଠୁଛି। ୨୦୦ରୁ ଉର୍ଦ୍ଧ୍ୱ ଶସସ୍ତ୍ର ମାଓବାଦୀ ଜିଲ୍ଲାର ୬ଟି ସ୍ଥାନରେ ରଚିଥିଲେ ତାଣ୍ଡବ। ଅତି ବିଭତ୍ସଭାବେ ହତ୍ୟା କରିଥିଲେ ୧୫ ଜଣ ପୋଲିସଙ୍କ ସମେତ ଜଣେ ସାଧାରଣ ଲୋକଙ୍କୁ।ଏହି ମାଓ ହମଲାରେ ୧୧ ଜଣ ପୁଲିସ ସହିଦ ହୋଇଥିଲେ। ଏହି ସହିଦଙ୍କ ମଧ୍ୟରେ ନୟାଗଡ଼ ଥାନାର ଏଏସ୍‌ଆଇ ଦଣ୍ତପାଣି ମିଶ୍ର, ରିଜର୍ଭ ଅଫିସର୍‌ ଲାନ୍ସ ନାୟକ ବ୍ରଜବନ୍ଧୁ ବସନ୍ତିଆ, ଓପି ପେଣ୍ଠୋଇ, କନେଷ୍ଟବଳ ଏସ୍‌.କେ ବାଈ, ପି.କେ ପ୍ରଧାନ, ଏସ୍‌.ଏ ଖାନ୍, ତିରସ୍‌ କାର୍ତ୍ତିକେଶ୍ବର ପ୍ରଧାନ, ଡିଏସ୍‌ଆଇ ସୋମନାଥ ସ୍ବାଇଁ, ହାବିଲଦାର୍ ଏସ୍‌.କେ ପଣ୍ତା, ଆର୍.କେ ପ୍ରଧାନ ଓ ସୁଇପର୍ ଭୋଳା ନାୟକ, ମହିପୁର ଫାଣ୍ତିର ଏଏସ୍‌ଆଇ ଆର୍.ଏନ୍ ସାହୁ ଓ ଗ୍ରାମରକ୍ଷୀ ଆନନ୍ଦ ନାୟକ, ନୂଆଗାଁ ଥାନାର କନେଷ୍ଟବଳ ଶ୍ରୀନିବାସ ବେହେରା।

ଅଧିକ ପଢନ୍ତୁ

Odisha Darpan Digital