ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ ଜଣ କର୍ମଚାରୀ ଗତ ୨୨ ତାରିଖରୁ ବିଭିନ୍ନ ଦାବି ନିମନ୍ତେ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଲେ । ତେବେ ଆପୋଷ ଆଲୋଚନା ତଥା ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ କର୍ମଚାରୀ ମାନେ ସେମାନଙ୍କର ଦାବି ସହିତ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଗତ ୨୦୨୩ ମସିହା ଜୁଲାଇ ମାସରୁ ସେମାନଙ୍କର ବର୍ଦ୍ଧିତ ଦରମା ଲାଗୁ ହେବା ପାଇଁ ନିଷ୍ପତି
ଗ୍ରହର କରାଯାଇଛି । ଏଥି ସହିତ ବାର୍ଷିକ ସାମୁହିକ ବେତନ ଲାଗୁ କରାଯିବ ବୋଲି ସୁଚନା ମିଳିଛି । ଗତ ୮ ଦିନ ଧରି ବସିଥିବା ଆନ୍ଦୋଳନରତ ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଛି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ କୁମାର ନାୟକଙ୍କ କାର୍ଯ୍ୟାଳୟରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା କମିଟିର ସଭ୍ୟ ଏମ୍.ଆଉରଙ୍ଗଜେବ,ରାଜେନ୍ଦ୍ର କୁମାର ସାମନ୍ତରାୟ,ସୌଦାମିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ପକ୍ଷରୁ ସୂର୍ଯ୍ୟମଣି ପ୍ରଧାନ, ପ୍ରଶାନ୍ତ କୁମାର ପରିଡ଼ା, ସ୍ମିତା ସ୍ବାଇଁ,ବୈଶାଳୀ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।