ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଯୋଗ ଚମ୍ପିୟାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇଜଣ ଛାତ୍ର ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରଶିକ୍ଷଣ ପ୍ରତିଯୋଗିତାରେ ଯୋଗଦାନ କରି ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।  ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ ରସାୟନ ବିଭାଗର ଛାତ୍ର କୃଷ୍ଣ ଚନ୍ଦ୍ର ଜାନୀ ବ୍ୟକ୍ତିଗତ ଭାବେ ଚମ୍ପିୟାନ ହୋଇଛନ୍ତି। ସେହିପରି ଅନ୍ୟତମ ପ୍ରତିଯୋଗୀ ହିସାବରେ ଯୁକ୍ତ ୩ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷର ଛାତ୍ର ସିପୁନ କୁମାର ଭଟ୍ଟ ମଧ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଉଭୟ ଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଉଭୟ ଛାତ୍ରଙ୍କ ଏହି କୃତିତ୍ୱ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଥଲେଟିକ କ୍ଳବ ଭିପି ଡ. ଦିଲ୍ଲୀପ କୁମାର ମିଶ୍ର,ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ପ୍ରକାଶ ରାଉତ, ଅଧ୍ୟାପକ ରବୀନ୍ଦ୍ର କୁମାର ବେହେରା ଏବଂ କମଳ କୁମାର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital