ନୟାଗଡ,୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲ୍ଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି। ୫ ଲକ୍ଷ ଟଙ୍କାର ବକେୟା ଦରମା କରିଦେବା ପାଇଁ ଜଣେ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ ।

ସେହି କଲେଜର ଲାଇବ୍ରେରିଆନ୍ ହୃଷୀକେଷ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ। ପରେ ଆୟ ବର୍ହିଭୁତ ସମ୍ପତ୍ତି ଅଭିଯୋଗ ନେଇ ୨ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ। ନଳିନୀରଞନଙ୍କ ମାଣିକପାଟଣାସାହିସ୍ଥିତ ଘର ଏବଂ କଲେଜରେ ଭିଜିଲାନ୍ସ ଖାନତଲାସୀ କରୁଛି।

ଅଧିକ ପଢନ୍ତୁ