ଖାକି ଡ୍ରେସ୍ ରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳିଗୁଲଜ କରି ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ sp ଏସ୍ ସୁଶ୍ରୀ । ନିଲମ୍ବିତ ୨ ପୋଲିସ କର୍ମଚାରୀ ହେଉଛନ୍ତି ନୟାଗଡ଼ ସଦରଥାନାର ASI ପ୍ରବାସ ସବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ । ସୂଚନାମୁତାବକ ୨ ପୋଲିସ କର୍ମଚାରୀ ଗତ ଶନିବାର ଦିନ ମଦ୍ୟପାନ କରି ସଦର ଥାନା ରାସ୍ତାରେ ଲୋକଙ୍କୁ ଗାଳିଗୁଳଜ କରିଥିଲେ । ପରେ ଜଣେ ଦୋକାନରେ ବେହୋସ ହୋଇ ଶୋଇ ପଡିଥିବା ବେଳେ ଅନ୍ୟ ଜଣେ ବାଇକ ଉପରେ ବେହୋସ ହୋଇ ଶୋଇପଡିଥିଲେ ।
ଯାହାର ଫଟୋ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାପରେ ଉଭୟ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ପାଇଁ ଶୋଷିଆଲ ମିଡ଼ିଆ X ମାଧ୍ୟମରେ ନିର୍ଦେଶ ଦେଇଥିଲେ ରାଜ୍ୟ ଗୃହ ବିଭାଗ । ତେଣୁ ଆଜି ନୟାଗଡ଼ sp ଏସ୍ ସୁଶ୍ରୀ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି ।
