ଚଳିତବର୍ଷ ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ | ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଛି।
