ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର ।ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ ।ପାଇଲଟ୍ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସବୁିଧା ଉପଲବ୍ଧ କରାଯିବା ନେଇ କହିଛନ୍ତି ମନ୍ତ୍ରୀ ।ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେ ନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।
