ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ ସର୍ଭେ କରାଯାଉଛି। ଗ୍ରାମସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ୍ ପଡ଼ିଛନ୍ତି । କାହାକୁ ବାଦ୍ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି । ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି ସେମାନଙ୍କୁ ସାମିଲ କରାଯାଉଛି ।