ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହିତ ମନ୍ତ୍ରୀଙ୍କ ଡ୍ରାଇଭର ଏବଂ ସୁରକ୍ଷା ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।ଗୁରୁତର ଆହତ ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ତାଙ୍କ ଚିକିତ୍ସା ସଠିକ୍ ଭାବେ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ନିଜେ ଡାକ୍ତରଖାନା ପରିଦର୍ଶନ କରିଥିଲେ।
ତେବେ ନିକଟବର୍ତ୍ତୀ ଗାଁର ଯୁବକମାନେ ବସଲାଇରୁ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରୁ ଜଣା ପଡ଼ିଛି। ବାଇକ୍ ପାଖରେ ପଡ଼ି ରହିଥିବା ବେଳେ ମନ୍ତ୍ରୀଙ୍କ କାର ଆଗରେ ଥିବା ପାଇଲଟ୍ ଗାଡ଼ି ଆଗକୁ ବଢ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।