ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ, ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ: ପଞ୍ଚାୟତିରାଜ ମନ୍ତ୍ରୀ 

୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ସେହିଭଳି ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ  । ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି ।ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ଆମେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କରିପାରିବା । ଲୋକଙ୍କ ପାଖରେ ଯୋଜନା ପହଞ୍ଚିବ । ଜାଣିରଖିବା ଉଚିତ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଏଥିପାଇଁ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟପାଳ  ପରାମର୍ଶ ଦେଇଛନ୍ତି । ଏ ଦିଗରେ ଅନୁଧ୍ୟାନ କରିବାକୁ ରାଜ୍ୟପାଳ ସରକାରଙ୍କୁ କହିବା ସହ ପଞ୍ଚାୟତ ପରିସର ଓ ଲୋକସଂଖ୍ୟା କମ ରହିଲେ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହଜ‌ ହୋଇପାରିବ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ