ବିଭିନ୍ନ ଜିଲ୍ଲା ବୁଲିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ଗସ୍ତରେ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ । ଏନେଇ ଜିଲ୍ଲାର ନେତାମାନଙ୍କୁ ବିଜେଡି କାର୍ଯ୍ୟାଳୟରୁ ଖବର ଯାଇଛି । ଗସ୍ତ ବେଳେ ନବୀନ ପଟ୍ଟନାୟକ ଦଳରୁ ଦୂରେଇ ଯାଇଥିବା ଲୋକଙ୍କୁ ପୁଣି ଦଳ ଭିତରକୁ ଫେରାଇଆଣିବାକୁ ଚେଷ୍ଟା କରିବେ ।ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କରିଛନ୍ତି ଏବଂ ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି । ସେମାନଙ୍କ ପାଇଁ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହ ଥିବା କହିଛନ୍ତି ବିଜେଡି ବିଧାୟକ ବିଶ୍ବ ରଂଜନ ମଲ୍ଲିକ ।
