ନୂଆଗାଁ : ନୟାଗଡ଼ ନୂଆଗାଁ ବ୍ଳକର କଳା ଐତିହ୍ୟସଂସ୍କୃତି ପରମ୍ପରାକୁ ନେଇ ଆୟୋଜିତ ହୋଇଥିବା ଏବଂ ନୂଆଗାଁ ମାଟିର ବିରତ୍ବ ଗାଥା ରାଜ୍ୟ ତଥା ଦେଶର ପ୍ରସ୍ପୁଟିତ କରିବା ଉଦ୍ଦେଶ୍ୟ ନେଇ ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିବା ଅବିସ୍ମରଣୀୟ ଷଷ୍ଠ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରଖି ଅଧିକ୍ଷକ୍ ସୁବାସ ଚନ୍ଦ୍ର ପଣ୍ଡା ଯୋଗଦେଇ ନୂଆଗାଁ ବ୍ଲକ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଏକ ଆକର୍ଷଣୀୟ ମହୋତ୍ସବ ଜିଲ୍ଲା ମହୋତ୍ସବ ଠାରୁ କମ୍ ନୁହେଁ। ମୁଖ୍ୟ ବକ୍ତା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ଯେପରି ଗୋଟିଏ ରୁଜୁରେ ବାନ୍ଧିରଖିଛନ୍ତି
ଦଶପଲ୍ଲା ବିଧାୟକ ,ଯାହାର ଫଳ ସ୍ୱରୂପ ହୋଇପାରିଛି ପଞ୍ଚୁପାଣ୍ଡବ ମହୋତ୍ସବ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟା ୧୭ ନଂ ଜୋନ୍ ପ୍ରତିମା ଦଳବେହେରା, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ , ସମାଜସେବୀ ଶଙ୍କର୍ଷଣ ବେହେରା, ଶୁଭ୍ରାଂଶୁ ଶେଖର ସେନାପତି,ପ୍ରମୁଖ ଯୋଗଦେଇ ନୂଆଗାଁ ମାଟିର ବୀରତ୍ୱର ଗାଥା ବର୍ଣ୍ଣନା କରିବା ସହ ଅବିସ୍ମରଣୀୟ ଓ ନୂଆଗାଁ ବ୍ଲକରେ ଏହି ମହୋତ୍ସବ ଏକ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ। ଏହି ମହୋତ୍ସବ ମୋ ଓଡ଼ିଶା, ମୋ ପରିବାରର ବାର୍ତ୍ତା ବହନ କରିବା ସହିତ ଭାଇଚାରାର ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି କେବଳ ମହୋତ୍ସବ ନୁହେଁ ଆଗାମୀ ଦିନରେ ନୂଆଗାଁ ବ୍ଲକ ଏକ ବିକାଶ ଏବଂ ଜନସାଧାରଣଙ୍କ ଉନ୍ନତୀ ପାଇଁ ମୁଁ ପ୍ରତିଜ୍ଞା ବଧ ବୋଲି ଯୁବ ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ।
ମହୋତ୍ସବ ସ୍ମରଣିକା ପାଞ୍ଚାଳୀ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏଭଳି ଏକ ଐତିହାସିକ ମହୋତ୍ସବ କରିବାରେ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଜିଲ୍ଲା ପ୍ରଶାସନ ଓ ଅଞ୍ଚଳବାସୀ ଙ୍କ ସହଯୋଗ ବିଧାୟକ କହିଥିଲେ। ନୂଆଗାଁ ମହାବିଦ୍ୟାଳୟଙ୍କ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ଓ ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରାଯାଇଥିଲା। ନୂଆଗାଁ ବନ୍ଦନା ୩+ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଯାଇଥିଲା। ଏହା ସହିତ ସୁନ୍ଦରଗଡର ଝୁମୁରା, ବଲାଙ୍ଗୀର ତୁଷୁରା ଘୁଡୁକା, କଣ୍ଠ ଶିଳ୍ପୀ ଶାଶ୍ଵତ ତ୍ରିପାଠୀ ଙ୍କ ସମ୍ବଲପୁରୀ ସଙ୍ଗୀତ ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମିଲେ ଦର୍ଶକ।