ପଞ୍ଚୁପାଣ୍ଡବ ମହୋତ୍ସବ ପୂଜ୍ୟ ପୂଜାର ନିଦର୍ଶନ : ଦଶପଲ୍ଲା ବିଧାୟକ


ନୂଆଗାଁ ବ୍ଲକ୍ ର ଐତିହ୍ୟ, କଳା ସଂସ୍କୃତିକୁ ଓ ସହୀଦ ବିରତ୍ୱ ମାଟିକୁ ନେଇ ୩ୟ ସଂଧ୍ୟାରେ ନୂଆଗାଁ ମହୋତ୍ସବ ପଡ଼ିଆରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ପଞ୍ଚୁପାଣ୍ଡବ ମହୋତ୍ସବ , ସହିଦ ମାଟିର ବିରତ୍ଵ ଗାଥା ଉପରେ ନିଜ ଚୁମ୍ବକୀୟ ମାଧ୍ୟମରେ ଅତି ସୁନ୍ଦର ଭାବରେ ପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ ଦେବାଶିଷ ପଟ୍ଟନାୟକ,ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ବିଶିଷ୍ଟ ଅତିଥି ଏଲିନା ଦାସ , ସମ୍ମାନିତ ଅତିଥି ସୁନନ୍ଦା ସାହୁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ନେହାଶିଷ ସାହୁ ,୧୦ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ସତ୍ୟଭାମା ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏଥି ସହିତ ଅତିଥି ଏବଂ ସାମ୍ୱାଦିକ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ସହ ପୁଷ୍ପବୋଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ମହୋଦୟ । ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ଅତିଥି ମାନେ ନୂଆଗାଁ ବ୍ଲକ୍ ଏକ ବୀରତ୍ୱର ମାଟି କହିବା ସହ ନୂଆଗାଁ ବ୍ଲକ୍ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ।ପଞ୍ଚୁପାଣ୍ଡବ ମହୋତ୍ସବ ପୂଜ୍ୟ ପୂଜା ର ନିଦର୍ଶନ ବୋଲି ଦଶପଲ୍ଲା ବିଧାୟକ କହିଥିଲେ।ବିଭିନ୍ନ ପ୍ରକାରର ଷ୍ଟଲ୍ ପଡିଥିବା ଦେଖିବାକୁ ମିଳିଥିଲା। ଏଥିରେ ଏସଏଚଜି ମାଆ ମାନଙ୍କ ଖାଦ୍ୟ ଠାରୁ ବିଭିନ୍ନ ଉପକରଣ ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା

୩ୟ ସାନ୍ଧ୍ୟ କୋରଡ଼ା ହାଇସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ନୂଆଗାଁ ବନ୍ଦନା, ସ୍ଥାନୀୟ କଳାକାର ଏବଂ ଖୋର୍ଦ୍ଧା ଅନୁଷ୍ଠାନର ବନ୍ଦେ ମାତରଂ – ସିଂଘମ ନୃତ୍ୟ , ନବରଙ୍ଗପୁର ଆଦିବାସୀ ନୃତ୍ୟ, ବଲାଙ୍ଗୀର ଘୁଡୁକା – ତୁଷୁରା, ସିନେ ତାରକା କୁକିଜ ସ୍ବାଇଁ ଏବଂ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ଓ ସାଥୀ କଳାକାର ମାନଙ୍କୁ ଦନେଇ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ନାଚିଲେ ହଜାର ହଜାର ଦର୍ଶକ ଦୁଲୁକିଲା ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ସାଂସ୍କୃତିକ ମଞ୍ଚ ।

ଅଧିକ ପଢନ୍ତୁ