ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ। ଖଲିସ୍ତାନୀ ସମର୍ଥକ ଓ ତଥା ଶିଖ୍‌‌ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏହି ହତ୍ୟା ଧମକ ଦେଇଛି ବୋଲି ମଙ୍ଗଳବାର ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି।

୨୬ ଜାନୁଆରୀରେ ଗଣତନ୍ତ୍ର ଦିବସରେ ମାହୋଲ ନଷ୍ଟ କରିବାକୁ ଖାଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି।କୁହାଯାଉଛି ଯେ, ଖଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ପନ୍ନୁ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର ମାନେ ବିବ୍ରତ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଦିଆଯାଇଥିବା ଧମକ ଏହାର ଏକ ଉଦାହରଣ।ଅଯୋଧ୍ୟା ରାମ ମନ୍ଦିର ସମାରୋହକୁ ବିରୋଧ କରିବାକୁ ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ଅନୁରୋଧ କରିଥିଲା। ପନ୍ନୁ ପ୍ରଧାନମନ୍ତ୍ରୀଙ୍କୁ ମୁସଲମାନଙ୍କ ଶତ୍ରୁ ବୋଲି ବି କହିଥିଲା । ରାମ ମନ୍ଦିର ମୁସଲମାନଙ୍କ ଶବ ଉପରେ ତିଆରି ହୋଇଛି ବୋଲି କହିଥିଲା ପନ୍ନୁ ।

ଅଧିକ ପଢନ୍ତୁ

kc ads