କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇର ଜଣେ ଛାତ୍ରୀ ଜଳିଯିବା ଘଟଣାରେ ବିରୋଧୀ ଦଳର ନେତା ନବୀନ ଟ୍ୱିଟ କରି କହିଛନ୍ତି , ଆଉ ଜଣେ ଝିଅ ନ୍ୟାୟ ପାଇଁ ପୁଣି ଥରେ ନିବେଦନ କରିବା ପରେ ହତାଶରେ ନିଜକୁ ନିଆଁ ଲଗାଇ ଦେଇଥିବା ଜାଣି ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ । ଯୁବତୀଙ୍କ ପ୍ରତି ମୋର ସମବେଦନା ଏବଂ ଦୁଃଖର ଏହି ଘଡ଼ିରେ ପରିବାର ସଦସ୍ୟଙ୍କ ସହିତ ପ୍ରାର୍ଥନା । ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଭଗବାନ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ।
