ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼, (ଓଡ଼ିଶା ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ଯଶସ୍ବୀ ସାରସ୍ଵତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍.ଓ  ଏଚ୍.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’’,ସୁ-ସାହିତ୍ୟିକା ତଥା କବି ଡ. ସୁକାନ୍ତ ମହାନ୍ତିଙ୍କୁ ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’’, ସ୍ୱନାମଧନ୍ୟ ଲବ୍ଧପ୍ରତିଷ୍ଠିତ ଆଇନ୍‌ଜୀବୀ  ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତ ଆଇସେବା ରତ୍ନ ସମ୍ମାନ’’, ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ ‘ ‘ପଠାଣି ସାମନ୍ତ ସଂଗୀତ ପ୍ରତିଭା ସମ୍ମାନ’’, ସମାଜସେବୀ  ସୁଶ୍ରୀ ଉଷା ପଟ୍ଟନାୟକଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’’, କ୍ରିକେଟିୟର ତଥା କ୍ରିକେଟ ମ୍ୟାନେଜର ସଂଗ୍ରାମ କେଶରୀ ଗୁମାନସିଂଙ୍କୁ ‘ ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’’, ପୁଜ୍ୟ ଗୁରୁଜୀ  ନୀଳମାଧବ ନନ୍ଦଙ୍କୁ ‘ ‘ପଠାଣି ସାମନ୍ତ ଆଦର୍ଶ ଶିକ୍ଷକ ସମ୍ମାନ’’ରେ ସମ୍ବଦ୍ଧିତ କରାଯିବ । ବିଶ୍ଵ ବିସ୍ତ୍ରୁତ ଜ୍ୟୋତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ ତମ ଜନ୍ମ ସ୍ମାରକୀ ପାଳନ ଅବସରରେ ପୁରୁଣାସହର ସ୍ଥିତ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପ ଠାରେ ଚଳିତ ଡିସେମ୍ବର ମାସ ୧୩ ତାରିଖ (ଶୁକ୍ରବାର) ସନ୍ଧ୍ୟା ୬ଟା ସମୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକ ରବିନ୍ଦ୍ର କୁମାର ମହାପାତ୍ର, ଶୈଳଭାମା ମହାପାତ୍ର ଏବଂ ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଭଜନ ସମାରୋହର ଆୟୋଜନ କରାଯାଉଅଛି ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଅଧିକ ପଢନ୍ତୁ