ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତରର । ଦୀର୍ଘ ୩ରୁ ୪ବର୍ଷ ହେଲା ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଗାନ୍ଧି ଛକ ନିକଟରେ ଏକ ଘରୋଇ କ୍ଲିନିକ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି ।ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ ସରକାର। ତାଙ୍କୁ ଆର୍ଯ୍ୟପଲି ସାମୁଦ୍ରିକ ଥାନା ପୋଲିସ ଗିରଫ କରି କ୍ଲିନିକରୁ ବିଭିନ୍ନ ଔଷଧ ଏବଂ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର କିମ୍ବା ଲାଇସେନ୍ସ ନଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଗକୁ ଲାଇସେନ୍ସ କରିବେ ବୋଲି କହିଛନ୍ତି । ଏପରିକି ସେ ଏଠାକାର ସ୍ଥାନୀୟ ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ମଧ୍ୟ କରିଦେଇଛନ୍ତି । ସୋମବାର ଗାଁରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏପରିକି ରୋଗ ବ୍ୟାପୁଥିବା ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷେ ସାମୁଦ୍ରିକ ଥାନା ପୋଲିସ ଚଢ଼ାଉ କରି ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା
