‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିକ୍ଷକ ଦିବସ ଅବସରରେ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ ।ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ। ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ। ତେବେ ଏହି କାର୍ଯ୍ୟକ୍ରମ ଅବସରରେ ଶିକ୍ଷକମାନଙ୍କୁ ତାଙ୍କର ସେବା ଓ ଶିକ୍ଷକତା ପାଇଁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବର୍ତ୍ତମାନ ସମୟରେ ଶିକ୍ଷା ପଦ୍ଧତିରେ ସବୁଠାରୁ ବଡ ଦୁଇଟି ଆହ୍ୱାନ ରହିଛି ।ଡ୍ରପଆଉଟ୍ ହାରକୁ ହ୍ରାସ କରିବା ଓ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିବା

ଅଧିକ ପଢନ୍ତୁ