ବାବା କେଳେଙ୍କାରୀ ଘଟଣା ଆସିଛି ସାମ୍ନାକୁ । ଜଣେ ମହିଳା ଆଣିଛି ସଙ୍ଘାତିକ ଅଭିଯୋଗ। ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେରେ ଥିବା ଏକ ଆଶ୍ରମରେ ବାବା ଜଣେ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନାଲି କପଡ଼ା ପିନ୍ଧା ବାବାଜୀଙ୍କ ବେଶରେ ସେ ଜଣେ ଦୁଷ୍କର୍ମକାରୀ ବୋଲି କହିଛନ୍ତି ମହିଳା। ମଠରେ ଠାକୁରଙ୍କ ସେବା କରିବା ଆଳରେ ଜଣେ ବିବାହିତା ମହିଳାଙ୍କୁ ମଠକୁ ଆଣି ଚଳାଇଥିଲେ ଯୌନ କେଳେଙ୍କାରୀ। ଆଶ୍ରମ ଟି ମଧୁମଙ୍ଗଳ ଇସ୍କନ ଟ୍ରଷ୍ଟ ନାମରେ ପରିଚାଳିତ ହେଉଥିବା ବେଳେ ଭୋଜନାଳୟର ନାମ ଶ୍ରୀ ଗୋବିନ୍ଦ ଭୋଜନାଳୟ। ପୀଡ଼ିତା ଜଣକ ଏନେଇ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ୍ ବାବା ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ପୀଡିତା ଜଣେ ବିବାହିତା ମହିଳା ବୋଲି ଜଣାପଡିଛି। ତାଙ୍କୁ ମଠରେ ଠାକୁରଙ୍କ ସେବା ନୀତି କରିବା ଆଳରେ ଡାକି ଆଣିଥିଲେ ବାବା । ମାତ୍ର ନିଜ ହୋଟେଲରେ କାମ କରାଇବା ସହିତ ରାତିରେ ତାଙ୍କ ସହିତ ଜବରଦସ୍ତ ଯୌନ ସମ୍ପର୍କ ରଖିଥିବା ପୀଡିତା ଅଭିଯୋଗ କରିଛନ୍ତି। ତେବେ ଏହା କାହାକୁ ପ୍ରକାଶ କଲେ ଜୀବନରେ ମାରିଦେବାକୁ ମଧ୍ୟ ବାବା ତାଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠାଇଛନ୍ତି ପୀଡିତା ।
