ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଗୁରୁବାର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସହାୟକ ରାଶି ପ୍ରଦାନ ନେଇ ବିଜ୍ଞପ୍ତି ଜାରି କରାଯାଇଛି।। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉପକୃତ ହେବେ ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ବିଜେତା । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

ଅଧିକ ପଢନ୍ତୁ

kc ads