ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥ ଦେବଙ୍କ ପୀଠରେ ପ୍ରବଳ ଭିଡ

ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।ପ୍ରଭୂ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ରହିଛନ୍ତି। ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କୁ ଭକ୍ତମାନେ ଦଶର୍ର୍ନ କରନ୍ତି। ତେଣୁ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ପୁରୀ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ବାରିକେଡ୍ ବ୍ୟବସ୍ଥା, ଧାଡି ବ୍ୟବସ୍ଥା ସହ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି। ଚୋରି, ଛିନତାଇ , ଗଣ୍ଡଗୋଳକୁ ରୋକିବାକୁ ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ସାଧା ପୋଷାକରେ ପୁଲିସ୍ ମୂତୟନ ରହିବେ । ଦୁଇ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିବେ । ପ୍ରଖ୍ୟାତ ଦେବ ଭାବେ ପରିଚିତ ଦେବ ଦେବ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଅଧିକ ପଢନ୍ତୁ