ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ ।ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ।ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ।ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା ପରୀକ୍ଷା ।NEET UG ପରୀକ୍ଷା 04 ମଇ 2025 ରେ ଅନୁଷ୍ଠିତ ହୋଇଥିଲା। NEET UG ପ୍ରୋଭିଜନାଲ୍ ଆନ୍ସର କୀ 03 ଜୁନ୍ 2025 ରେ ପ୍ରକାଶିତ ହୋଇଥିଲା। ଏହି ବର୍ଷ NEET UG ପରୀକ୍ଷାରେ 20 ଲକ୍ଷରୁ ଅଧିକ ପ୍ରାର୍ଥୀ ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, NTA NEET UG ଫଳାଫଳ 2025 ଘୋଷଣା କରିଛି। NEET UG ସ୍କୋରକାର୍ଡ ସହିତ, ଆପଣ ଟପର୍ ଲିଷ୍ଟ, କଟଅଫ୍ ମାର୍କ ଭଳି ବିବରଣୀ ମଧ୍ୟ ଯାଞ୍ଚ କରିପାରିବେ।

ଅଧିକ ପଢନ୍ତୁ

kc ads