ପରକୀୟା ପ୍ରୀତି;ପତ୍ନୀଙ୍କୁ ମାଡ଼ ମାରି ରାସ୍ତାରେ ଚଲାଇ ନେବା ଘଟଣାରେ ସ୍ବାମୀ ଗିରଫ

ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତିରେ ନୂଆ ମୋଡ଼ । ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ବଡକଣ ଗ୍ରାମରେ । ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ । ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ବେକରେ ମାଳ ପକାଇ ଥାନାକୁ ଭିଡ଼ି ଆଣିଥିଲେ । ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କଲା ପୋଲିସ ।ସୂଚନାଯୋଗ୍ୟ, ଶିକ୍ଷୟତ୍ରୀ ଜଣକ ନିମାପଡା ଥାନା ନିକଟ ଏକ ସାହିରେ ଭଡା ଘରେ ରହୁଥିଲେ । ତା‌ଙ୍କ ସ୍ବାମୀଙ୍କ ସହ କୌଣସି କାରଣରୁ ବିବାଦ ଯୋଗୁଁ ଉଭୟ ଅଲଗା ଅଲଗା ରହୁଥିବା କୁହାଯାଉଛି । ତେବେ ମହିଳାଙ୍କ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କ ଉପରେ ନଜର ରଖୁଥିଲେ । ଏକ ଭଡାଘରେ ଉଭୟ ପ୍ରେମୀ ଯୁଗଳ ଥିବାବେଳେ ମହିଳାଙ୍କ ସ୍ୱାମୀ ଧରିଥିଲେ । ସଂପୃକ୍ତ ପୁରୁଷ ଜଣେ ଶିକ୍ଷକ ନେତା ବୋଲି ଜଣାପଡିଛି ।

ଏହାପରେ ଉଭୟଙ୍କ ବେକରେ ମାଳ ପିନ୍ଧାଇ ଥାନାକୁ ଚଲାଇ ଚଲାଇ ନେଇ ଥାନା ଅଧିକାରୀଙ୍କ ଜିମା ଦେଇଥିଲେ । ହେଲେ ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଆଜି ଗିରଫ କରିଛି ପୋଲିସ ।

ଅଧିକ ପଢନ୍ତୁ

Odisha Darpan Digital