କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ ଘଟିଛି ଏକ ଘଟଣା । ଇନ୍ଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କ ପାଇଁ। ରାତିସାରା ଯୁବକଙ୍କୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ମହିଳା ଜଣକ ୭ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ଗୋଟିଏ ୫ବର୍ଷର ପୁଅ ମଧ୍ୟ ଅଛି । ସ୍ବାମୀଙ୍କ ଲୁଚାଛପାରେ ଦୁଇ ବର୍ଷ ଧରି ଉଭୟଙ୍କ ପରକୀୟା ପ୍ରୀତି ଚାଲିଥିଲା ।
ତେବେ ଗତକାଲି ଉଭୟ ଧରାପଡିଥିଲେ । ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ହେଲେ ଗାଁ ଲୋକେ ପୋଲିସ ଗାଡିକୁ ମଧ୍ୟ ଛାଡି ନଥିଲେ। ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ବାମୀ ସହିତ ନ ରହି ପ୍ରେମିକଙ୍କ ପାଖରେ ରହିବେ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀ ଯୁବକ ଓ ମହିଳାଙ୍କୁ ଛଡ଼ାଯାଇଛି