ପରମାନନ୍ଦ ମହାବିଦ୍ୟାଳୟରେ ଗୁରୁ ପୂର୍ଣ୍ଣିମା ପାଳନ

ଖୋର୍ଦ୍ଧା, (ଓଡିଶା ଦର୍ପଣ): ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଭାସ୍କର ମହାପାତ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୁରୁପୂର୍ଣ୍ଣିମା ମହତ୍ତ୍ୱ ସମ୍ପର୍କିତ ଆଲୋଚନା ଆଧାରରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜନିଜର ଭାବନାକୁ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ମହୋଦୟ ଭଗବାନ କୃଷ୍ଣ ଏବଂ ସନ୍ଦିପନି ଋଷିଙ୍କ ସଂପର୍କିତ ମାର୍ମିକ ବାଣୀରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପରେପରେ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ, ଅଧ୍ୟାପିକା ଅନୁସୟା ପୃଷ୍ଟି, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅଧ୍ୟାପକ ଆଲୋକ କୁମାର ଦାସ, ଅଧ୍ୟାପକ ମିନୁସ ମଲ୍ଲିକ, ଅଧ୍ୟାପକ ରଞ୍ଜନ କୁମାର ଦାଶ, ପଦାର୍ଥ ବିଜ୍ଞାନ ବିଭାଗର ରାଜ କିଶୋର ସାହୁ ମଧ୍ୟ ସେମାନଙ୍କ ଅଭିଭାଷଣ ବ୍ୟକ୍ତ କରିଥିଲେ । ପରିଶେଷରେ ଅଧ୍ୟାପକ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital