ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ପ୍ରାୟ ଏକବର୍ଷ ହେଲା ସେ ସ୍ନାୟୁଜନିତ ସମସ୍ୟାରେ ପୀଡିତ ରହିଥିବା ବେଳେ ବିଶେଷ ଚଲାବୁଲା କରିପାରୁନଥିଲେ । ଘରେ ରହି ସେ ଚିକିତ୍ସିତ ହେଉଥିଲେ। ସୂଚନା ଯୋଗ୍ଯ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
