ପରିକ୍ରମା  ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି

ଶ୍ରୀମନ୍ଦିର ଦକ୍ଷିଣ  ପାଶ୍ୱର୍ ପରିକ୍ରମା  ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି ପିନାକ ମିଶ୍ର । ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ୱାଧିକ ଗୁରୁତ୍ୱ ଦେଇଥାଉ । ପୋଲିସର ସ୍ପେଶାଲ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସିସିଟିଭି ଫୁଟେଜ ଯାଞ୍ଚରୁ କିଛି ସୁରାଗ ପାଇଛୁ ।  କେବେ ଲେଖାହୋଇଥିଲା, କିଏ ଲେଖିଥିଲା ଜଣାପଡିବ । ସୂଚନାମୁତାବକ ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ ଦିଆଯାଇଛି।  ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା ।ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ