ପରିଚୟପତ୍ର ନଥିଲେ ରେଭେନ୍‌ସାକୁ ପ୍ରବେଶ ମନା

ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ଵବିଦ୍ୟାଳୟ ପରିସରର ସୁରକ୍ଷାକୁ କଡାକଡି କରିଛନ୍ତି। ପରିସରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କରାଯିବା ସହ ପରିସରକୁ ଆସୁଥିବା ବ୍ୟକ୍ତିଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚରାଯାଉଛି। ଯେଉଁ ମାନଙ୍କ ନିକଟରେ ପରିଚୟପତ୍ର କିମ୍ବା ଆସିବାର ଯୁକ୍ତିଯୁକ୍ତ କାରଣ ନାହିଁ, ସେମାନଙ୍କୁ ପରିସରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଗତକାଲିଠାରୁ ଏଭଳି ଯାଞ୍ଚ ପ୍ରକ୍ରିୟା କଡ଼ାକଡି କରାଯାଇଥିବା ବେଳେ ଆଜି ବିଶ୍ବବିଦ୍ୟାଳୟ ପରିସର ଏକପ୍ରକାର ଶୂନଶାନ୍‌ ହୋଇଯାଇଛି।ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ୍ ମୁତୟନ କରିବାକୁ ଡିସିପିଙ୍କୁ ଚିଠି ଲେଖିବା ପରେ ଶୁକ୍ରବାର ସନ୍ଧ୍ୟାରୁ ମୁଖ୍ୟ ଫାଟକରେ ପୁଲିସ୍ ମୁତୟନ ହୋଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital