ପରିତକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଅଣ୍ଡାରୁ ବାହାରିଲା ନାଗସାପ ଛୁଆ ।

ପରିତକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଅଣ୍ଡାରୁ ବାହାରିଲା ନାଗସାପ ଛୁଆ । ଦୀର୍ଘ ୭ ଦିନ ଧରି ଅଣ୍ଡା ଗୁଡ଼ିକୁ ସଂରକ୍ଷିତ ଭାବେ ରଖାଯିବା ପରେ ଅଣ୍ଡାରୁ ନାଗସାପ ଛୁଆ ବାହାରିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ।ହିଞ୍ଜିଳିକାଟୁ ଶ୍ୟାମଲାଇ ଛକରେ ରହୁଥିବା କାହ୍ନୁ ଚରଣ ବିଷୋୟୀଙ୍କ ଘର ବାଡିରେ ଥିବା ଏକ ପିଜୁଳିର ଗଛ କୋରଡରେ ନାଗସାପଟି ଅଣ୍ଡା ଦେଇଥିଲା । ଏହା ଦେଖି ସ୍ନେକହଲପ ଲାଇନ୍ ସଦସ୍ୟଙ୍କୁ ସୂଚନା ଦେଇଥିଲେ ସେ । ଖବର ପାଇ ସ୍ନେକହଲପ ଲାଇନ୍ ସଦସ୍ୟ ସନ୍ଦୀପ ସେଠୀ ପହଞ୍ଚି ନାଗ ସାପ ସହିତ ୧୭ଟି ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ଏହାପରେ ବନ ବିଭାଗ ଉକ୍ତ ନାଗ ସାପକୁ ସଂରକ୍ଷିତ ଜଙ୍ଗଲରେ ଛାଡି ଥିବାବେଳେ ଅଣ୍ଡାକୁ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖିଥିଲା । ଦୀର୍ଘ ସାତ ଦିନ ପରେ ଅର୍ଥାତ ଗତକାଲି (ସୋମବାର) ଉକ୍ତ ଅଣ୍ଡାରୁ ୧୪ଟି ନାଗଛୁଆ ଜନ୍ମ ହୋଇଛି |ଏହି ସମସ୍ତ ନାଗସାପ ଛୁଆକୁ ଆଜି ସନ୍ଧ୍ୟାରେ ନଚେତ୍ ଆସନ୍ତାକାଲି ସକାଳେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଡ଼ିଏଫଓ ।

ଅଧିକ ପଢନ୍ତୁ

kc ads