ପରିବର୍ତ୍ତନ ହେଲା ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ର

୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ପରିବର୍ତ୍ତନ ।ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ , ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।ତେବେ ସ୍ଲୋଗାନ ମଧ୍ୟ ବଦଳାଇ ଦିଆଯାଇଛି । ସ୍ଲୋଗାନ ପରିବର୍ତ୍ତନ କରାଯାଇ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ହାଉସ୍‌ ୟୁନିଫର୍ମର ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଛାତ୍ରୀଙ୍କ ଟ୍ରାକ୍‌ ପ୍ୟାଣ୍ଟ ନୀଳରଙ୍ଗ ରହିଥିବା ବେଳେ ଟି-ସାର୍ଟର ରଙ୍ଗ ସବୁଜ, ହଳଦୀ, ନାଲି, ନୀଳ ରଙ୍ଗ ରହିଛି । ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ । ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ।

ଅଧିକ ପଢନ୍ତୁ

Odisha Darpan Digital