ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।କିଛି ଦିନ ତଳେ କ୍ୟାବିନେଟରେ ଏ ନେଇ ବିତର୍କ ହୋଇଥିଲା ।
ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ସେମାନଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ବଦଳରେ ୩୦ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ କହିଛନ୍ତି । ତେବେ ୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ। କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା। ଏହି ପଲିସି କାହାରିକୁ ଚାକିରି ନ ଦେବା ସଙ୍ଗେ ସମାନ। ଏଥିରେ କାହାରିକୁ ଚାକିରି ନ ମିଳୁ ସେପରି ସ୍ଥିତି ତିଆରି ହେଲା। ସେଥିରେ ଯେଉଁ ପଏଣ୍ଟ ରହିଲା, ଆଉ କେହି ଚାକିରି ପାଇଲେ ନାହିଁ।