ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ଶିଳ୍ପା ସେଟ୍ଟୀ

ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ।ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ