ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ | ଗ୍ରେଡ଼-୧ ପରିମଳ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ବୀମା | ସେହିପରି ସମସ୍ତ ପରିମଳ (ଗ୍ରେଡ଼ ୧) କର୍ମଚାରୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ ମିଳିବ | ଏହି ମୋବାଇଲରେ ଜରୁରୀକାଳିନ ସୂଚନା ମିଳିବ | ସେହିପରି ସମସ୍ତ୍ ପରିମଳ କର୍ମଚାରୀଙ୍କୁ ବାସଗୃହ ( ଆବାସ)ଯୋଗାଇ ଦିଆଯିବ |ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ପରିମଳ କର୍ମଚାରୀ କୁଶଳୀ ଓ ଅତି କୁଶଳୀ ମାନ୍ୟତା ପାଇଛନ୍ତି |
