ପରିସ୍ରା କରିବା ଘଟଣାକୁ ବିଏମ୍‌ସି ମେୟର ଖଣ୍ଡନ କରିଛନ୍ତି।

ଡ୍ରେନ୍ ସମସ୍ୟା ପାଇଁ ବସ୍ତି ବାସିନ୍ଦାଙ୍କ ପ୍ରତିବାଦ। ଆମେ ଗନ୍ଧରେ ଶଡୁଛୁ, ଘର ଭିତରେ ଡ୍ରେନ୍ ପାଣି ପଶୁଛି। ଭଲରେ ଖାଇ ପାରୁନୁ କି ଶୋଇ ପାରୁନୁ। ଆଉ ତମେ ମାନେ ଏଠି ଏସିରେ ଆରାମରେ ବସୁଛ। ଏଭଳି କହି ବିଏମ୍‌ସି କାର୍ୟ୍ୟାଳୟରେ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା। ହେଲେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ। ଏଥିସହ ପରିସ୍ରା କରିବାର ଭିଡିଓ ଅଛି କି ବୋଲି ପ୍ରମାଣ ମାଗିଛନ୍ତି ମେୟର।ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୱାର୍ଡ ନମ୍ୱର-୪୫ର ଶବର ସାହି ଚିତ୍ର ଭୟଙ୍କର ରହିଛି। ଡ୍ରେନ୍‌ କାମ ଅଧାରେ ପଡ଼ିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ଏଥିପାଇଁ ଡ୍ରେନ୍ ପାଇଁ ୱେରେଜ୍ ଲାଇନ୍‌ରେ ପଶୁଛି। ଫଳରେ ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ପଶୁଛି। ବାରମ୍ବାର ଗୁହାରି କରିଥିଲେ ବି ବିଏମସି ଡ୍ରେନ୍ କାମ କରି ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ଯାହାକୁ ନେଇ ଏଭଳି ପ୍ରତିବାଦ କରିଥିଲେ। ହେଲେ ଆଜି କାଲି କହି ଅଧିକାରୀମାନେ ଦିନ ଗଡ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ବର୍ଷା ଋତୁରେ ଲୋକମାନେ ନାକେଦମ୍‌ ହେଉଛନ୍ତି।ହେଲେ ପରିସ୍ରା କରିବା ଘଟଣାକୁ ବିଏମ୍‌ସି ମେୟର ଖଣ୍ଡନ କରିଛନ୍ତି। ସେ ଓଲଟା ପରିସ୍ରା କରିବାର ଭିଡିଓ ମାଗୁଛନ୍ତି। ସେମାନେ ପରିସ୍ରା କରିନାହାନ୍ତି, କେବଳ ପାଣି ଢ଼ାଳିଛନ୍ତି। ସେମାନେ ସେମିତି କୌଣସି କାମ କରିନାହାନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

ଅଧିକ ପଢନ୍ତୁ

kc ads