ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ପରୀକ୍ଷା ଫି ଛାଡ଼ କଲେ ସରକାର

ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ । ଏହା ଦ୍ବାରା ଉପକୃତ ହେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ । ସବୁଠାରୁ ବଡ଼ କଥା ହେଉଛି ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ସେମାନଙ୍କୁ ହିଁ ପରୀକ୍ଷା ଫି ଛାଡ଼ କରାଯିବ । କିନ୍ତୁ ପରୀକ୍ଷା ଦେଉନଥିବା ପରୀକ୍ଷାର୍ଥୀଙ୍କୁ ଆବେଦନ ଫି ପେରସ୍ତ କରାଯିବ ନାହିଁ । ଖାମଖିଆଲି ମନୋଭାବ ନେଇ ଆବେଦନ କରୁଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ

kc ads