ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି ପାରି ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ ବନ୍ଦ । ୨୬,୨୭,୨୮ ତାରିଖ ପର‌୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁଁ ଆଉ ୩ ଦିନ ଶିମିଳିପାଳ ବନ୍ଦ ରହିବ । ପୂର୍ବରୁ ବାତ୍ୟାକୁ ନେଇ ୨୪ ଓ ୨୫ ତାରିଖ ବନ୍ଦ ଘୋଷଣା ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital