ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ।ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡ଼ଗୁଡ଼ିଆ ସଫାରୀ ୫ ତାରିଖ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।
