ପର୍ଯ୍ୟଟନ ନିବେଶର ନୂଆ କେନ୍ଦ୍ର ହେବ ଓଡ଼ିଶା, ଲାଗୁ ହେଲା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬

ନିବେଶକ ଓ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଖୁବ୍‌ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । 

ବ୍ୟାବସାୟିକ ସହଜତାକୁ ଉନ୍ନତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସଂଶୋଧିତ ପର୍ଯ୍ୟଟନ ନୀତିରେ ୩ ତାରକା ଏବଂ ତାଠୁ ଅଧିକ ହୋଟେଲ ଓ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯାଇଛି।  ଏଥିସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ୟୁନିଟ ଗୁଡିକର ସହଜ ଓ ଦ୍ରୁତ ସମ୍ପ୍ରସାରଣ ପାଇଁ ଯୋଗ୍ୟତା ସୀମା ୫୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। 

କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପୁଞ୍ଜି ନିବେଶ ସବସିଡିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ୨୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସବସିଡି ଏବଂ ୨୦୦ କୋଟି କିମ୍ବା ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ୧୦୦ କୋଟି ପର୍ଯ୍ୟନ୍ତ ସରକାର ରିହାତି ପ୍ରଦାନ କରିବେ। ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୪୦% ପର୍ଯ୍ୟନ୍ତ ପୁଞ୍ଜି ଅନୁଦାନ । ମହିଳା, ଏସ୍ ସି-ଏସ୍ ଟି ଓ ଦିବ୍ୟାଙ୍ଗ ଉଦ୍ୟୋଗୀଙ୍କୁ ବିଶେଷ ପ୍ରୋତ୍ସାହନ ଦିଆଯିବ । ବିଶେଷ ପର୍ଯ୍ୟଟନ ଅଞ୍ଚଳରେ ବଡ଼ ପ୍ରୋତ୍ସାହନ ଦିଆଯିବ । ହୀରାକୁଦ, ସାତକୋଶିଆ, ସିମିଳିପାଳ, ଗନ୍ଧମାର୍ଦ୍ଦନ ପର୍ବତମାଳା, ଲଳିତଗିରି, ଉଦୟଗିରି ପରି ଅଞ୍ଚଳଗୁଡ଼ିକରେ ନିବେଶ କଲେ ଅଧିକ ସବସିଡି ମିଳିବ । ସେହିପରି କେବଳ ୧୦ଟି ରୁମ୍ ଥିଲେ ମଧ୍ୟ ପଞ୍ଚତାରକ ହୋଟେଲକୁ ପ୍ରୋତ୍ସାହନ ମିଳିବ । ବିଦ୍ୟୁତ୍ ବୋଟ୍, ବିଦ୍ୟୁତ୍ କ୍ୟାରାଭାନ୍, ଆର୍ଟ ଓ କ୍ରାଫ୍ଟ ଥିମ୍ ପ୍ରକଳ୍ପ ପାଇଁ ୫୦% ପର୍ଯ୍ୟନ୍ତ ସବସିଡି । ଓଡ଼ିଆ ଖାଦ୍ୟ ରେସ୍ତୋରାଁ ପାଇଁ CAPEX ଓ OPEX ସହାୟତା । MICE, ଡେଷ୍ଟିନେସନ୍ ୱେଡିଂ ଓ ବଡ଼ ଇଭେଣ୍ଟ୍ ସଂସ୍ଥାକୁ ବିଶେଷ ପ୍ରୋତ୍ସାହନ ଦିଆଯିବା ସହ ହୋଟେଲ ରୁମ୍ ବୁକିଂରେ ରିଫଣ୍ଡ ବ୍ୟବସ୍ଥା ରହିଛି । ମହିଳା ଓ ସାମାଜିକ ଭାବେ ପଛୁଆ ଶ୍ରେଣୀଙ୍କ ପାଇଁ ସୁଯୋଗ ।

ଅଧିକ ପଢନ୍ତୁ