ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରର ଭାୟାବହତା ପ୍ରତି ସଚେତନତା

ନୟାଗଡ଼, (ଓଡ଼ିଶା ଦର୍ପଣ):ଦିନକୁ ଦିନ ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାର ଏ ମଣିଷ ଏତେ ମାତ୍ରାରେ ବୃଦ୍ଧି କରି ଚାଲିଛି ଯେ ନିଜର ଓ ନିଜର ପରବର୍ତ୍ତୀ ପିଢ଼ିର କ୍ଷତିର ଭୟାବହତା ନିଜେ ଜାଣି ମଧ୍ୟ ଭୁଲ ପରେ ଭୁଲ କରିଚାଲିଛି। ଏ ପଲିଥିନ ଓ ପ୍ଲାଷ୍ଟିକ କ୍ୟାନ୍ସର ରୋଗ ବୃଦ୍ଧି ସହିତ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ସେଥିପ୍ରତି ତିଳେ ମାତ୍ର ମନୁଷ୍ୟ ଦୃଷ୍ଟି ନିକ୍ଷେପ କରିପାରୁନାହିଁ। ଖାଲି ସେତିକି ନୁହେଁ ମନୁଷ୍ୟ ସହିତ ଜଡିତ ପଶୁ ପକ୍ଷୀ ଓ ଉପକାରୀ ଜୀବ ପଲିଥିନ ଖାଇ ନାନା ରୋଗରେ ପଡି ମତ୍ୟୁ ବରଣ କରୁଛନ୍ତି। ଖାଲି ସେତିକି ନୁହେଁ ଏ ପ୍ଲାଷ୍ଟିକ ଓ ପଲିଥିନ୍ ଉଦ୍ଭିଦର ବୃଦ୍ଧିରେ କ୍ଷତିକାରୀ ହେଲାଣି ଜାଣି ମଧ୍ୟ  ଏ ଧାରା ପୃଷ୍ଠରେ ନିଜକୁ ଏକକ ଚକ୍ର ବର୍ତ୍ତି ବୀର ମନେକରି ଅନ୍ୟର ଧ୍ୱଂସ ସହିତ ନିଜର ଧ୍ୱଂସ କରିଚାଲିଛି।
ଏକକ ପଲିଥିନ୍ ଓ ପ୍ଲାଷ୍ଟିକର ଭୟାବହତା ପ୍ରତି ସଚେତନ ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅର୍ନ୍ତଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋ କ୍ଲବ ର ଛାତ୍ର ଛାତ୍ରୀମାନେ ମିଶି ଏକ ଭିନ୍ନ ଢଙ୍ଗରେ ବାର୍ତ୍ତା ପ୍ରେରଣ କରିଛନ୍ତି। ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ କାଗଜ ଠୁଙ୍ଗାର ପ୍ରସ୍ତୁତି ପ୍ରଣାଳୀକୁ ଆଧାର କରି ଶିକ୍ଷୟିତ୍ରୀ ଅବନ୍ତି ବେହେରା ଓ ଶିକ୍ଷକ ଆଲୋକ ନାୟକ ପିଲାଙ୍କୁ ନେଇ ପ୍ରଥମେ ପୁରୁଣା ଖବର କାଗଜରେ ଠୁଙ୍ଗା ଓ ମୁଣି ତିଆରି କରିଥିଲେ । କେବଳ ସେତିକି ନୁହେଁ ପିଲାମାନେ ଲେଖିସାରିଲା ପରେ ଫିଙ୍ଗି ଦେଉଥିବା ପେନ୍ ଗୁଡ଼ିକୁ ନେ଼ଇ ସୁନ୍ଦର ଘର ସଜ୍ଜା ଉପକରଣ ସହିତ, ଫିଙ୍ଗି ଦିଆଥିବା ବୋତଲ କୁ କାଟି ପେନ୍ ଷ୍ଟାଣ୍ଡ ଆଦି ବହୁତ ଉପକରଣ ତିଆରି ପ୍ରଣାଳି ଶିକ୍ଷା ଦେଇଥିଲେ। ଏହା ପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ନେଇ ଜଳ ଓ ଶକ୍ତି ସଂରକ୍ଷଣ କରିବା, ଜଳାଶୟ ଓ ସର୍ବସାଧାରଣ ସ୍ଥାନକୁ ସଫାରଖିବା, ଯେତେ ସମ୍ଭବ ନିଜ ପାଣି ବୋତଲ ସାଥିରେ ନେବା, ଅଧିକ ବୃକ୍ଷ ରୋପଣ ସହିତ ଏହାର ସଂରକ୍ଷଣ କରିବା, ବର୍ଜ୍ୟବସ୍ତୁର ହ୍ରାସ ନିମନ୍ତେ ଅଭ୍ୟାସ ଜାରି ରଖିବା ଆଦିକୁ ନେଇ ଶପଥ ପାଠ କରାଯାଇ ଥିଲା। ରୋହିବାଙ୍କ ଗ୍ରାମ ପରିକ୍ରମା ସହିତ ସମସ୍ତ ଦୋକାନୀ ମାନଙ୍କୁ କାଗଜ ଠୁଙ୍ଗା ଓ କପଡ଼ା ବ୍ୟାଗ ପ୍ରଦାନ କରି ଏହାର ବହୁଳ ବ୍ୟବହାର ପାଇଁ ସଚେତନ କରାଇ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ଉପକରଣ ପ୍ରସ୍ତୁତ କାରି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ବେହେରା, ବିଷ୍ଣୁପ୍ରିୟା ବାରିକ, ପ୍ରିୟଦର୍ଶିନୀ ମହାପାତ୍ର, ସୂର୍ଯ୍ୟମଣି ନାୟକ, ରାଧାଗୋବିନ୍ଦ ନାୟକ, ସନ୍ତୋଷ ନାହାକ, ପଦ୍ମିନୀ ନାୟକ, ଖୋଗେଶ୍ୱର ବେହେରା, ବିଜୟଲକ୍ଷ୍ମୀ ଦଳେଇ ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ

kc ads