ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଜଣେ ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ବଳାତ୍କାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ପୀଡିତା ଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ଏବଂ ଦୁର୍ଗାପୁରର ଶୋଭାପୁର ଅଞ୍ଚଳର ଏକ ଘରୋଇ ମେଡିକାଲ କଲେଜରେ MBBS ଡିଗ୍ରୀ କରୁଛନ୍ତି ବୋଲି ସୂଚନା ମିଳିଛି ।ଛାତ୍ରୀ ଜଣକ ଗତକାଲି ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଖବର ପାଇଁ ଛାତ୍ରୀଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି। ଏହି ଘଟଣା ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ, ବିଶେଷକରି ଛାତ୍ରୀମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। କଲେଜ କ୍ୟାମ୍ପସ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବା ଆବଶ୍ୟକ।
