ପଶ୍ଚିମବଙ୍ଗରେ ଓଡ଼ିଆ ଲୋକଙ୍କୁ ବି ଆଧାର ମଗାଯିବ।

ଓଡିଆ ରେ ବଙ୍ଗାଳୀଙ୍କୁ ଆକ୍ରମଣ ଘଟଣା କୁ ନେଇ ପଶ୍ଚିମ ବଙ୍ଗର ଗଣମାଧ୍ୟମରେ ପ୍ରକାଶ ପାଇଛି। ଶାସକ ତୃଣମୂଳ କଂଗ୍ରେସ ଏହାକୁ ନିନ୍ଦା କରି ନିଜର କଠୋର ପ୍ରତିକ୍ରିୟା ପ୍ରକାଶ କରିଛି ସୋସିଆଲ ମିଡିଆରେ। କୋଲକତା ସ୍ଥିତ ଉତ୍କଳ ଭବନ ସାମ୍ନାରେ ବଙ୍ଗାଳୀ ନିଗ୍ରହ ଅନୁଷ୍ଠାନ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଗକୁ ବଡ ଆନ୍ଦୋଳନ ର ଧମକ ଦେଇ କହିଛି ଯେ ଓଡ଼ିଶାରେ ବଙ୍ଗାଳୀ ଙ୍କ ଉପରେ ଆକ୍ରମଣ ବନ୍ଦ ନ ହେଲେ ପଶ୍ଚିମ ବଙ୍ଗରେ ବି ଓଡ଼ିଆ ଲୋକଙ୍କୁ ଆଧାର କାର୍ଡ ମଗାଯିବ। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟଶରେ ଦାବି ପତ୍ର ଦେଇଛନ୍ତି।

ପଶ୍ଚିମବଙ୍ଗରେ ଏହିଭଳୀ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେଠାରେ ଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଚିନ୍ତାବଡି ଯାଇଛି। କାଳେ ରାଗରେ କେହି ଆକ୍ରମଣ କରିବେ ନାହିଁ ତ। ତେଣୁ ସେମାନେ ଓଡ଼ିଆ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଓଡ଼ିଶାରେ ଥିବା ବଙ୍ଗାଳୀଙ୍କୁ କେହି ଆକ୍ରମଣ ନ କରନ୍ତୁ। କାରଣ ଏହାର ପ୍ରତିଫଳ ସେଠି ଓଡ଼ିଆଙ୍କୁ ଭୋଗିବାକୁ ହେବ । ତେବେ ଓଡ଼ିଆ ସରକାର ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଦୁଇ ରାଜ୍ୟ ଓ ଗୋଷ୍ଟି ମଧ୍ୟରେ ଉତେଜନା ସୃଷ୍ଟି କରୁଥିବା ଲୋକ ବା ଗୋଷ୍ଟିକୁ ତୁରନ୍ତ ଗିରଫ କରା ଯାଉ। ଯେଉଁମାନେ ଏହି ଘଟଣା ସାମ୍ପ୍ରଦାୟିକ ଦଙ୍ଗା ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ସ୍ଥିତି ବହୁତ୍ ଖରାପ ହେବ।

ଅଧିକ ପଢନ୍ତୁ

Odisha Darpan Digital