ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା- ପାଟି କରିବୁ ତ ଆହୁରି ଲୋକ ଆସିବେ ଦୁଷ୍କର୍ମ କରିବେ

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମକୁ ନେଇ ପଶ୍ଚିମବଙ୍ଗରୁ ଓଡ଼ିଶା କମ୍ପୁଥିବାବେଳେ, କ୍ରାଇମସ୍ପଟରେ ଅପରାଧର ଡେମୋ ଦେଖାଇଛନ୍ତି ଜହ୍ଲାଦ । ମେଡିକାଲ କଲେଜ ବାହାରେ ଓ ଜଂଗଲ ଭିତରେ ଭିଆଇଥିବା ଛାତିଥରା କାଣ୍ଡର ସିନ ରିକ୍ରିଏସନ କରିଛନ୍ତି ସଇତାନ । ମଙ୍ଗଳବାର ଦିନ ପୁଲିସ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି। ଘଟଣା ଦିନ କ’ଣ ହୋଇଥିଲା, କିଏ କିଏ ଥିଲେ, କେମିତି କ’ଣ ହୋଇଥିଲା। ସେସବୁ ଗୋଟିଗୋଟି କରି ଦେଖାଇଥିଲେ ଅଭିଯୁକ୍ତ। ପୀଡ଼ିତା ଡାକ୍ତରଙ୍କ ସାମ୍ନାରେ ସେ କାଳ ରାତିର କରୁଣ କାହାଣୀ ବଖାଣି କହିଛନ୍ତି, “ମୁଁ କିଛି ଲୋକଙ୍କୁ ଆମ ଆଡକୁ ଆସୁଥିବାର ଦେଖିବାକୁ ପାଇଥିଲି। ମୋତେ କିଛି ଠିକ ଲାଗି ନଥିଲା। ମୁଁ ମୋ ବନ୍ଧୁଙ୍କୁ ଧରି ଦୌଡ଼ିବାକୁ ଲାଗିଥିଲି। ଏହି ସମୟରେ ତିନିଜଣ ଯୁବକ ଆମ ପଛେପଛେ ଦୌଡ଼ି ଆସି ମୋତେ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲେ।ମୋତେ ପଛରୁ ଧକ୍କା ଦେଇ କାବୁ କରି ନେଇଥିଲେ। ଏହାପରେ ସେମାନେ ମୋ ଫୋନ୍ ଛଡ଼ାଇ ନେଇଥିଲେ।

ଲାଉଡସ୍ପିକର ଦେଇ ଫୋନ କରି ମୋ ବନ୍ଧୁଙ୍କୁ ଡାକିବାକୁ କହିଥିଲେ। ମୁଁ ସେମାନଙ୍କ କହିବା ଅନୁସାରେ ମୋ ବନ୍ଧୁଙ୍କୁ ଫୋନ ବି କରିଥିଲି। କିନ୍ତୁ ସେ ଆସି ନଥିଲେ। ଏହାପରେ ସେମାନେ ମୋ ଅସହାୟ ଅବସ୍ଥାର ଫାଇଦା ଉଠାଇବାକୁ ଯାଇ ଜୋରଜବରଦସ୍ତ ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ଯେତେବେଳେ ମୁଁ ଚିତ୍କାର କଲି, ସେମାନେ କହିଲେ ଯଦି ମୁଁ ଚିତ୍କାର କରେ ଆହୁରି ଲୋକ ଆସିବେ ଦୁଷ୍କର୍ମ କରିବେ।’

ଅଧିକ ପଢନ୍ତୁ

Odisha Darpan Digital