ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ।ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି। ଗଣଦୁଷ୍କର୍ମର ଶିକାର ହେବା ପରେ ଗତ ଶୁକ୍ରବାର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ତେବେ ଡିସଚାର୍ଜ ପରେ ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା।ମେଡିକାଲ୍ କଲେଜ ଦ୍ଵାରା ଜାରି ଏକ ପ୍ରେସ୍ ବିବୃତି ଅନୁଯାୟୀ, ଛାତ୍ରୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ନଜର ରଖାଯାଇଛି। ସେଥିରେ ସୁଧାର ଆସିବା ପରେ ଡାକ୍ତରୀ ଟିମ୍ ପୀଡ଼ିତା ଛାତ୍ରୀଙ୍କୁ ମେଡିକାଲ୍‌ରୁ ଡିସଚାର୍ଜ କରିବାକୁ ସୁପାରିସ କରିଥିଲେ। ଆସନସୋଲ-ଦୁର୍ଗାପୁର ପୋଲିସ ଡେପୁଟୀ କମିଶନର ଅଭିଷେକ ଗୁପ୍ତା କହିଛନ୍ତି, ଛଅ ଲୋକଙ୍କୁ ପୋଲିସ ଗିରଫ କରି ସାରିଛି। ପଚରା ଉଚୁରା ପରେ ମିଳିଥିବା ଅତିରିକ୍ତ ସୂଚନା ଆଧାରରେ ଫରେନ୍ସିକ ଟିମ୍ ଘଟଣାସ୍ଥଳକୁ ପୁଣି ଥରେ ଯାଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital